Kabita: Maa Budhi Thakurani


ପବିତ୍ର ଜନମ ବ୍ରହ୍ମପୁର ମାଟି ପୁରୁଣା ଏୈତିହ୍ୟ ରହିତ

ସାଧୁ ସନ୍ଥଙ୍କର ମଠ ମନ୍ଦିର ଏ ପୁରାଣା ଗ୍ରନ୍ଥରେ ଲିଖିତ…………….୧

ମାଆ ମୋ ପ୍ରସିଦ୍ଧ ବୁଢୀ ଠାକୁରାଣୀ ବ୍ରହ୍ମପୁରେ ତା’ର ଘର

ଦେଶୀ ବେହେରାଙ୍କ ଘରେ ପୂଜା ପାଏ ଦେବୀ ଆରାଧ୍ୟ ସଭିଙ୍କର……………୨

ଶିବରାତ୍ରୀ ପରେ ଶୁଭ ଖୁଣ୍ଟି ଆସି ପୱନ ପବିତ୍ର ହେବ

ଉତ୍ସବ ମୁଖରେ ଏ ମହାନଗର ଉଠୁଥିବ ପଡୁଥିବ………………….୩

ପଣତ କାନିରେ ସାରା ସହରକୁ ଘୋଡାଇକି ସେ ରଖିଛି

ମାଆ ସିଏ ଆମ ଜଗତ ଜନନୀ ହାତ ଧରି ବାଟ କାଢୁଛି…………..୪

ଚହଟୁଛି ମାଆ ମନ୍ଦାର ଫୁଲରେ ବସ୍ତ୍ର ଅଳଙ୍କାର ପିନ୍ଧିକି

ଔଜଲ୍ୟତା ତା’ର ବିଶ୍ବ ଦରବାରେ ଏକତା ସୁତ୍ରରେ ବାନ୍ଧିକି…………..୫

ପୂଜା ଭୋଗ ଦେଇ ଧୂପ ଦୀପ ଜାଳି ହୃଦେ ଯେ ଡାକଇ ମାଆକୁ

ତତ୍ କ୍ଷଣାତ୍ ମାଁ ଶୁଣି ଆର୍ତ୍ତ ଡାକ ଅଭାବେ ନ ରଖେ କାହାକୁ……….୬

ସଜାଇ ଦିଅଲୋ ମୋ ମାଁଙ୍କୁ ଆଜି ସଜାଅ ଏ ଗଳି ସହର

ଲାଇଟ ଛାଉଣି ସଫା ଓ ସୁତରା କରାଅ ଏ ଦାଣ୍ଡ ବାହାର………….୭

ରଥ ଯାକ ସବୁ ମାଡି ଆସିବେ ଲୋ ବଡ ବଜାରର ତଡେଲୋ

ମୀନା ବଜାରରେ ଦୋଳି ଖେଳିବା ଲୋ ପଣା ପାଣି ଚା ଢାଲିବାଲୋ………୮

ଜଲ୍ଦି ଜଲ୍ଦି ସାରେ ତମାମ୍ କାର୍ଯ୍ୟ ତୁ ରଖେନା ସନ୍ଧ୍ୟାରେ କାମକୁ

କୁଣିଆ ବନ୍ଧୁଙ୍କୁ ଡାକେ ଆମ ଘର ବୁଲିବା ଚା’ ବ୍ରହ୍ମପୁରକୁ……………୯

ମାଆ ଲୋ ତୁ ଆମ ବ୍ରହ୍ମପୁର ଇଷ୍ଟ କୃପା ଦୃଷ୍ଟି ଦେ ତୁ ଆମ୍ଭଙ୍କୁ

ତୋ ଘଟ ବୁଲିଲେ ତୋତେ ଦେଖିଦେଲେ ଫେରି ପାଉ ଆମ ଜୀବନକୁ………୧୦

Written by: Mihir Tripathy

Mihir Tripathy, Berhmpur

Leave a Comment

Your email address will not be published. Required fields are marked *

Scroll to Top